ରାଇଡିହାରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଇଡିହା ଠାରେ ବ୍ଲକ ସଭାପତି ଗୋବିନ୍ଦ ଚନ୍ଦ୍ର ମହାନ୍ତ ଙ୍କ ସଭାପତିତ୍ୱ ରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ଯୋଗଦେଇ ପ୍ରଥମେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଉପସ୍ଥିତ କର୍ମୀଙ୍କୁ ତୃଣମୂଳ ସ୍ତରରେ ଦଳ କୁ ଦୃଢ଼ କରିବାପାଇଁ ଆହ୍ବାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦ୍ଦାର , ବରିଷ୍ଠ ନେତା କାନନ ବିହାରୀ ପହି, ସୌମ୍ୟଶଙ୍କର ଚକ୍ର, ସାହାରପଡା ବ୍ଲକ ଉପାଧ୍ୟକ୍ଷା କିରଣବାଳା ସିଂ,ଦୀପକ ରାଜ୍, ରାହାସ ବିହାରୀ ପୃଷ୍ଟି,ନିରଞ୍ଜନ ତ୍ରିପାଠୀ ଙ୍କ ସମେତ ଶତାଧିକ କର୍ମୀ ଯୋଗଦେଇଥିଲେ ଏହି କର୍ମୀ ସମ୍ମିଳନୀରେ ସାହାରପଡା ବ୍ଲକ ର ୨୦ଟି ପଞ୍ଚାୟତର ସଭାପତି ଙ୍କୁ ପୁଷ୍ପ ଗୁଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ଏଥି ସହ ସମ୍ମିଳନୀରେ ଶତାଧିକ କର୍ମୀ ଅନ୍ୟ ଦଳ କୁ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ସମସ୍ତ ଅଗନ୍ତୁକ କର୍ମୀ ଙ୍କୁ ସ୍ୱାଗତ କରିବା ସହ ରାଜ୍ୟ ସରକାର ଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ବିଧାୟକ ଆଲୋଚନା କରିଥିଲେ।