ତିନି ଶିଶୁଙ୍କୁ ବିଷଦେଇ ମା’ର ଆତ୍ମହତ୍ୟା ଉଦ୍ୟମ, ୨ ମୃତ

ଭୁବନେଶ୍ୱର, ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶାଳ ନିକଟ ଏକ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି।  ତିନି ଶିଶୁଙ୍କୁ ବିଷଦେଇ ମା ଆତ୍ମହତ୍ୟା ଉଦ୍ୟମ କରିଛି। ଫଳରେ ସାଢ଼େ ଚାରି ବର୍ଷର ଓ ତିନି ବର୍ଷର ଶିଶୁର କ୍ୟାପିଟାଲ ହସ୍ପିଟାଲ୍‌ରେ ମୃତ୍ୟୁ ଘଟିଛି । ଦେଢ  ବର୍ଷର ଶିଶୁ ଏବେ ବି ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛି । ଗୁରୁତର ଅବସ୍ଥାରେ ମା ରାଜନୀକୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୂର୍ବରୁ ରାଜନୀଙ୍କ ସ୍ୱାମୀ ମୃତ୍ୟୁବରଣ କରିଛନ୍ତି।