ମିଆଁମାରରେ ମହିଳା ଓ ପିଲାଙ୍କ ସମେତ ୩୦ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ହତ୍ୟା କରି ଶବ ପୋଡ଼ି ଦିଆଯାଇଛି: ରିପୋର୍ଟ

ନୂଆଦିଲ୍ଲୀ,ଏଜେନ୍ସି: ମିଆଁମାରର ଯୁଦ୍ଧ-ବିକ୍ଷତ କାୟାହ୍‌ ରାଜ୍ୟରେ ଶୁକ୍ରବାର ଦିନ ମହିଳା ଓ ପିଲାଙ୍କ ସମେତ ୩୦ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ହତ୍ୟା କରି ପୋଡ଼ି ଦିଆଯାଇଥିବା କଥା ଜଣେ ସ୍ଥାନୀୟ ବାସିନ୍ଦା, ଗଣମାଧ୍ୟମ ରିପୋର୍ଟ ଏବଂ ଆଞ୍ଚଳିକ ମାନବ ଅଧିକାର ସଙ୍ଗଠନ କହିଛନ୍ତି।

କାରେନ୍ନି ମାନବ ଅଧିକାର ସଙ୍ଗଠନ କହିଛି ଯେ, ଶନିବାର ଦିନ ସୋମନେ ମିଆଁମାରକୁ ଶାସନ କରୁଥିବା ସେନା ପ୍ରୁସୋ ନଗର ଅନ୍ତର୍ଗତ ‘ମୋ ସୋ’ ଗାଁ ନିକଟରେ ହତ୍ୟା କରିଥିବା ବୟସ୍କ, ମହିଳା ଏବଂ ପିଲାଙ୍କ ସମେତ କେତେକ ଲୋକଙ୍କ ପୋଡ଼ା ଶବ ଦେଖିଛନ୍ତି।

ଫେସ୍‌ବୁକ୍‌ ପୋଷ୍ଟ୍‌ରେ ଉକ୍ତ ସଙ୍ଗଠନ କହିଛି, ମାନବ ଅଧିକାର ଉଲ୍ଲଂଘନ କରୁଥିବା ଏହି ଅମାନବୀୟ ଏବଂ ପାଶବିକ ହତ୍ୟାକୁ ଆମେ ତୀବ୍ର ନିନ୍ଦା କରୁଛୁ।