ଭାରତରେ ୪ କୋଟି ଲୋକ ନେଲେଣି ଟିକା

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଟିକାକରଣ ୪ କୋଟି ଟପିଗଲାଣି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବିକ, ମାର୍ଚ୍ଚ ୧୯ ସୁଦ୍ଧା ୪ କୋଟି ୮୬ଲକ୍ଷ ୬୩ହଜାର ୩୯୨ ଜଣ କରୋନା ଟିକା ନେଇ ସାରିଲେଣି। ଟିକାକରଣ ଅଭିଯାନର ୬୩ ଦିନରେ ୨୭ଲକ୍ଷ ୨୩ହଜାର ୫୭୫ ଜଣଙ୍କୁ ଟିକା ଦିଆଯାଇଛି। ୧୯ ତାରିଖରେ ୨୪ଲକ୍ଷ ୧୫ହଜାର ୮୦୦ଜଣଙ୍କୁ ପ୍ରଥମ ଡୋଜ୍ ଦିଆଯାଇଥିବାବେଳେ ୩ଲକ୍ଷ ୭ହଜାର ୭୭୫ ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟଲାଇ ୱାର୍କର୍ସଙ୍କୁ ଭ୍ୟାକ୍ସିନର ଦ୍ୱିତୀୟ ଡୋଜ୍ ଦିଆଯାଇଛି।