ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣିଲେ ଗ୍ରାମବାସୀ

ବଲାଙ୍ଗିର, ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କନ୍ଧକେଲ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ଜଲିଆଦର୍ହ ଗାଁର କିଛି ବ୍ୟକ୍ତି ବଲାଙ୍ଗିର ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜାନ ପାଇଁ ଆମ୍ଭେମାନେ ରସିଦ ପାଇଥିଲେ ସୁଦ୍ଧା ଆମକୁ ଆବାସ ଦିଆଯାଇନାହିଁ । ଏ ବିଷୟରେ ଆମେ ସଇଁନ୍ତଳା ବିଡ଼ିଓଙ୍କ ପାଖରେ ଅଭିଯୋଗ କରିଥିଲୁ , ହେଲେ କିଛି ଫଳ ମିଳିଲା ନାହିଁ । ତେବେ ସେମାନେ ଆହୁରି ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ, କନ୍ଧକେଲଗାଁ ପଞ୍ଚାୟତର ନିର୍ବାହୀ ଅଧିକାରୀ ଆମମାନଙ୍କ ଆବଶ୍ୟକ କାଗଜପତ୍ର ନେଇଥିଲେ ସୁଦ୍ଧା କୌଣସି କାମ କଲେନାହିଁ । ପରବର୍ତ୍ତୀ ସମୟରେ କାଗଜପତ୍ର ଚିରି ଯାଇଛି ବୋଲି କହୁଛନ୍ତି । ସଂପୃକ୍ତ ପଞ୍ଚାୟତରେ ଯେଉଁମାନଙ୍କ ଛାତଘର ରହିଛି, ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । କିନ୍ତୁ ଗରିବ ବାସହୀନ ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯାଉନାହିଁ। ଏହାର ବିଧିବଦ୍ଧ ତଦନ୍ତ କରାଯାଇ ପ୍ରକୃତ ହିତାଧିକାରୀମାନଙ୍କୁ ଯୋଜନାରେ ସାମିଲ କରାଯିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ତେବେ ଏହି ଅଭିଯୋଗ ସମ୍ପର୍କରେ ସଂପୃକ୍ତ ନିର୍ବାହୀ ଅଧିକାରୀଙ୍କୁ ପଚରାଯିବାରୁ ସେ କହିଛନ୍ତି ସରକାରଙ୍କ ନିୟମ ଅନୁସାରେ ଚିହ୍ନଟ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହେବେ । କୌଣସି ଗରିବ ବାସହୀନ ବ୍ୟକ୍ତିଙ୍କୁ ପଞ୍ଚାୟତ ପକ୍ଷରୁ ଅବହେଳା କରା ଯିବନାହିଁ ।