ରାଜ୍ୟରେ ଆଜି ପୁଣି ୩୮୧୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ରାଜ୍ୟରେ ଆଜି ୩୮୧୭ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏହାଫଳରେ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୧୦୨୧୭କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୯୬୯ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିଲା ବେଳେ କଟକରୁ ୩୬୮ଆରୋଗ୍ୟ ହୋଇଛନ୍ତି। ବରଗଡ଼ରୁ ୧୫୧, ବାଲେଶ୍ୱରରୁ ୧୪୬, ନୂଆପଡ଼ାରୁ ୧୩୫, ଜଗତସିଂହପୁରରୁ ୧୨୪, ଅନୁଗୁଳରୁ ୧୨୨, ସମ୍ବଲପୁରରୁ ୧୧୮, ସୁନ୍ଦରଗଡ଼ରୁ ୧୧୦, କେନ୍ଦ୍ରାପଡ଼ାରୁ ୧୦୬, ବଲାଙ୍ଗିରରୁ ୯୩, ଯାଜପୁରରୁ ୯୧, ମୟୂରଭଞ୍ଜରୁ ୮୮, ପୁରୀରୁ ୮୮, କନ୍ଧମାଳରୁ ୮୬, କେନ୍ଦୁଝରରୁ ୮୬, ସୋନପୁରରୁ ୮୩, ଭଦ୍ରକରୁ ୮୨, ନୟାଗଡ଼ରୁ ୭୧, କଳାହାଣ୍ଡିରୁ ୬୯, ଝାରସୁଗୁଡ଼ାରୁ ୬୮, ନବରଙ୍ଗପୁରରୁ ୬୬, କୋରାପୁଟରୁ ୬୨, ଗଞ୍ଜାମରୁ ୫୬, ରାୟଗଡ଼ାରୁ ୫୦, ଢ଼େଙ୍କାନାଳରୁ ୪୮, ବୌଦ୍ଧରୁ ୪୫, ମାଲକାନଗିରିରୁ ୩୪, ଗଜପତିରୁ ୨୪ ଓ ଦେବଗଡ଼ରୁ ୧୪ ଆରୋଗ୍ୟ ହୋଇଛନ୍ତି। ଏହାଛଡ଼ା ଷ୍ଟେଟ୍ ପୁଲରୁ ୧୬୪ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି।