କୋରାପୁଟ,ଏନ୍ଏନ୍ଏସ୍: ଦାମନଯୋଡ଼ିସ୍ଥିତ ନାଲକୋର ମୁଖ୍ୟ ତଥା ନିର୍ବାହି ନିର୍ଦ୍ଦେଶକ ଇଂ. ରବିଶଙ୍କର ଦାସ କୋରାପୁଟର ନୂତନ ଜିଲ୍ଲାପାଳ ମହମ୍ମଦ୍ ଅବଦୁଲ୍ ଅଖତାରଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ନିର୍ବାହି ନିର୍ଦ୍ଦେଶକ ଇଂ.ଦାସ ଜିଲ୍ଲାର ବିକାଶ ଦିଗରେ ନାଲକୋ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ବିଷୟରେ ସୂଚନା ଦେବା ସହ ସାମାଜିକ ଦାୟିତ୍ୱବୋଧତା ଉପରେ ଆଲୋଚନା କରିଥିଲେ। ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ ନାଲକୋ କିପରି ବୈଷୟିକ ଶିକ୍ଷାର ବିକାଶ କରିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ନାଲକୋର ବରିଷ୍ଠ ପଦାଧିକାରୀ ସୁଶୀଲ୍ କୁମାର ପାଢ଼ୀ, ଶଶାଙ୍କ ଶେଖର ସାହୁ, ମନୋଜ କୁମାର ମାଝୀ ଓ ନାଲକୋ ଫାଉଣ୍ଡେସନର ମୁଖ୍ୟ ସୁବାସ ଚନ୍ଦ୍ର ରାୟ ପ୍ରମୁଖ ଉପସ୍ଥିତ ଥିଲେ।