ଭୁବନେଶ୍ୱରରୁ ୪ ଆକ୍ରାନ୍ତ: ୧୦ ସୁସ୍ଥ ରାଜ୍ୟ By Nitidin On Feb 14, 2021 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ଆଜି ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨ ଓ ସ୍ଥାନୀୟ ସଂକ୍ରମଣ ୨ଜଣ ରହିଛନ୍ତି। ଅନ୍ୟପଟେ ୧୦ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଆଜିର ୪ଜଣଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୩୦କୁ ବୃଦ୍ଧି ପାଇଛି। ସେଥିରୁ ୩୧ ହଜାର ୫୪୦ ଜଣ ସୁସ୍ଥ ହୋଇଛନ୍ତି, ୨୪୭ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୨୨ଜଣ ଚିକିତ୍ସିତ ହେଉଛନ୍ତି। Share