ଫୁଲବାଣୀ,ଫିରିଙ୍ଗିଆ, ଏନ୍ଏନ୍ଏସ୍: ଜନୈକ ନାବାଳିକାକୁ ଅପହରଣ କରି ଗଣଦୁଷ୍କର୍ମ କରିବା ଅଭିଯୋଗରେ ଫିରିଙ୍ଗିଆ ପୁଲିସ ତିନିଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ଫିରିଙ୍ଗିଆ ଥାନା ବେହେଙ୍ଗିଆ ଗ୍ରାମର ସରୋଜ କହଁର ଓ ମହେଶ୍ୱର କହଁର ଓ ଜୟଲାମ୍ବା ଗ୍ରାମର ସୁକାନ୍ତ କହଁର।
ସୂଚନା ମୁତାବକ,ଗତ ୨୮ ତାରିଖ ରାତିରେ ଫିରିଙ୍ଗିଆ ଥାନା ଅଞ୍ଚଳର ଜନୈକା ନାବାଳିକା ଏକ ବିବାହ କାର୍ଯ୍ୟରେ ଯୋଗଦେଇ ନିଜ ଘରକୁ ଫେରୁଥିବା ବେଳେ ତିନି ଜଣ ଯୁବକ ଏକ ବାଇକରେ ତାଙ୍କୁ ରାସ୍ତା ଉପରୁ ଅପହରଣ କରି ନେଇ ଯାଇଥିଲେ। ସେମାନେ ନାବାଳିକାକୁ ନିକଟସ୍ଥ ଜଙ୍ଗଲକୁ ନେଇଯାଇ ଗଣ ଦୁଷ୍କର୍ମ କରିଥିଲେ। ପରେ ଆଉ ଜଣେ ଯୁବକ ମଧ୍ୟ ସେଠାରେ ପହଞ୍ଚି ତାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହାପରେ ବଳାତ୍କାରୀ ମାନେ ନାବାଳିକାକୁ ଅଚେତ ଅବସ୍ଥାରେ ଭ୍ରୁଙ୍ଗିଯୋଡି ନିକଟସ୍ଥ ଜଙ୍ଗଲରେ ଛାଡି ଚାଲି ଯାଇଥିଲେ। ନାବାଳିକାର ବାପାଙ୍କ ଏତଲା କ୍ରମେ ଫିରିଙ୍ଗିଆ ପୁଲିସ ଏକ ମାମଲା ରୁଜୁ କରିବା ସହିତ କରିବା ସହ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି। ତେବେ ତାକୁ ମଧ୍ୟ ଅତି ଶୀଘ୍ର ଗିରଫ କରାଯିବ ବୋଲି ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ କହିଛନ୍ତି।