ନୂଆଦିଲ୍ଲୀ, ଏଜେନ୍ସି: ତାମିଲନାଡ଼ୁରେ ଏମକେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେକୁ ସ୍ପଷ୍ଟ ବହୁମତ ମିଳିବା ସ୍ପଷ୍ଟ ହୋଇଯ଼ାଇଛି । ଡିଏମକେ ମେଣ୍ଟ ୧୪୩ଟି ଆସନରେ ଓ ଏଆଇଏଡିଏମକେ ନେତୃତ୍ୱାଧୀନ ଏନଡିଏ ୯୦ଟି ଆସନରେ ଆଗୁଆ ରହିଛି । ଏମକେ ଷ୍ଟାଲିନ ଓ ତାଙ୍କ ପୁଅ ଉଦୟନିଧି ଷ୍ଟାଲିନ ନିଜ ନିଜ ଆସନରୁ ବିଜୟ ହାସଲ କରିଛନ୍ତି । ଅନ୍ୟପକ୍ଷରେ ଚଳଚ୍ଚିତ୍ର ଅଭିନେତା ତଥା ଏମଏନଏମ ଦଳ ପ୍ରତିଷ୍ଠାତା କମଲ ହାସନ କୋଏମ୍ବାଟୁର(ଦକ୍ଷିଣ) ଆସନରେ ଆଗୁଆ ଅଛନ୍ତି । ସେ କଂଗ୍ରେସ ପ୍ରାର୍ଥୀ ମୌର୍ଯ଼୍ୟ ଜୟକୁମାରଙ୍କଠାରୁ ୪୩୧୯ଟି ଭୋଟରେ ଆଗୁଆ ଅଛନ୍ତି ।