ଅନୁଗୁଳ,ଏନ୍ଏନ୍ଏସ୍: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରାଇଝରଣ ଗାଁର ଜଣେ କରୋନା ଆକ୍ରାନ୍ତ ଆତ୍ମହତ୍ୟା କରିଛନ୍ତି। ସୂଚନା ଯେ, ଗାଁର ସନ୍ତୋଷ ଗୋଚ୍ଛାୟତ(୪୫) ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ(ଜେଏସ୍ପିଏଲ୍)ରେ କାମ କରନ୍ତି। ସେଠାରେ ଶୁକ୍ରବାର କରୋନା ପରୀକ୍ଷା କରାଯାଇଥିଲା। ଏଥିରେ ମଧ୍ୟ ସନ୍ତୋଷ ତାଙ୍କର ପରୀକ୍ଷା କରାଇଥିଲେ। ସନ୍ଧ୍ୟାରେ ତାଙ୍କ ମୋବାଇଲକୁ ମେସେଜ୍ ଆସିଲା ସେ କୋଭିଡ ପଜିଟିଭ୍ ଅଛନ୍ତି। ଏହା ଜଣାପଡ଼ିବାପରେ ସେ ଘର ଛାଡ଼ି କେଉଁଆଡ଼େ ପଳାଇଥିଲେ। ତେବେ ରାତିରେ ସେଘରକୁ ନଫେରିବାରୁ ପରିବାର ଲୋକ ତାଙ୍କୁ ବିଭିନ୍ନ ସ୍ଥାନ ଖୋଜିଥିଲେ। ଏ ନେଇ ପରିବାର ତରଫରୁ ନିଶା ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ରବିବାର ସକାଳେ ଗାଁ ଜଳ ସେଚନ ପ୍ରକଳ୍ପରେ ସନ୍ତୋଷଙ୍କ ଶବ ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଖବରପାଇ ପୁଲିସ ଶବକୁ ଉଦ୍ଧାରକରି ଏକ ଅପମୃତ୍ୟୁ ମାମଲା ରୁଜୁରକି ବ୍ୟବଛେଦ କରାଇଛନ୍ତି।