କରୋନା ନେଲା ୨ ଜୀବନ, ସରପଞ୍ଚ ଓ ବ୍ଲକ ପ୍ରଶାସନର ଉପସ୍ଥିତରେ ଶବ ସତ୍କାର

ସଇଁନ୍ତଳା,ଏନ୍ଏନ୍ଏସ୍: କରୋନାକୁ ନେଇ ଏଭଳି ଭୟ ସୃଷ୍ଟି ହୋଇଛି କି ଲୋକେ ଶବକୁ ଛୁଇଁବା ପାଇଁ ମଧ୍ୟ ଭୟ କରୁଛନ୍ତି । ସଇଁନ୍ତଳା ବ୍ଲକ ଘୁନସର ପଞ୍ଚାୟତ ଦେଉଳି ଗ୍ରାମର ଜୈନିକ( ୪୫)ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ଘଟିଥିବାବେଳେ ତାଙ୍କ ଶରୀରକୁ ଛୁଇଁବା ପାଇଁ ପଡ଼ୋଶୀ ଲୋକେ ମଧ୍ୟ ଆସିନଥିଲେ। ଶେଷରେ ଘୁନସର ସରପଞ୍ଚ ଦୌପଦୀ ବେହେରାଙ୍କ ସହାୟତାରେ ଆମ୍ବୁଲାନ୍ସ ଡ୍ରାଇଭର ଜଣକ ପିପିଇ କିଟ ପିନ୍ଧି ଶବ ସତ୍କାର କରିଥିଲେ। ଘୁନସର ସରପଞ୍ଚ ଦ୍ରୋପଦି ବେହେରା, ଆଶାକର୍ମୀ ସୌଦାମିନୀ ସେଠ, ନାଏବ ସରପଞ୍ଚ ଚମ୍ପୁ ସେଠ, ସାମ୍ବାଦିକ ଅଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ମୃତବ୍ୟକ୍ତିଙ୍କ ଶବ ସତ୍କାର କରିଥିଲେ। ଅନ୍ୟପଟେ ଦେଢ଼େଲ ଗ୍ରାମର(୫୫) ବର୍ଷ ମହିଳାଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ ସଇଁନ୍ତଳା ବିଡିଓ ଦେବାଶିଷ ସାମଲ ଓ ତହସିଲଦାର ସୁମନ କିଶୋର ଡୁଙ୍ଗ ଡୁଙ୍ଗଙ୍କ ଉପସ୍ଥିତିରେ ଶବ ସତ୍କାର କରାଯାଇଥିଲା।