ଟ୍ରାକ୍ଟରରୁ ଖସି ଶ୍ରମିକ ମୃତ

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ ବିବିନା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଶ୍ରମିକ ଟ୍ରାକ୍ଟରରୁ ଖସି ପଡ଼ିବାରୁ ଟ୍ରାକ୍ଟର ତଳେ ଚାପି ହୋଇ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି। ମଳିଥିବା ରିପୋର୍ଟ ମୁତାବିକ, ମୃତ ଶ୍ରମିକ ଜଣକ ସଇଁନ୍ତଳା ବ୍ଲକ ଡେଙ୍ଗ କଲୋନୀର ହେମରାଜ ଭୋଇ(୩୮)। ଏକ ଇଟା ଭାଟିରୁ ଟ୍ରାକ୍ଟର ଯୋଗେ ଇଟା ଧରି ବିବିନା ଗ୍ରାମର ତେତେଲ ପଡ଼ାକୁ ନେଉଥିବା ବେଳେ ବିବିନା ସ୍କୁଲ ପାଖରେ ଶ୍ରମିକ ଜଣକ ଟ୍ରାକ୍ଟରରୁ ଖସି ପଡ଼ିଥିଲେ। ତେବେ ଡ୍ରାଇଭର ଜଣକ ନଦେଖି ଶ୍ରମିକଙ୍କ ଉପରେ ଟ୍ରାକ୍ଟରର ପଛ ଚକ ମଡ଼େଇଦେବାରୁ ଘଟଣାସ୍ଥଳରେ ହେମରାଜଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ସଇଁନ୍ତଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ଟ୍ରାକ୍ଟରକୁ ଜବତ କରିଥିଲା। ପ୍ରଥମେ ସଇଁନ୍ତଳା ଡାକ୍ତରଖାନାକୁ ଅଣାଯାଇ ଶବ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ପଠାଯାଇଥିବା ବେଳେ ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଛି।