ଜରଡ଼ା ମାଉସୀ ମା ମନ୍ଦିରରୁ ଅହିରାଜ ସାପ ଉଦ୍ଧାର

ପାତ୍ରପୁର,ଏନ୍ଏନ୍ଏସ: ଆଜି ଜରଡ଼ାଠାରେ ଥିବା ମାଉସୀମା ମନ୍ଦିର ନିକଟରୁ ଅହିରାଜ ସାପ ଉଦ୍ଧାର ହୋଇଛି। ସାପଟିକୁ ଦେଖିବା ପରେ ପ୍ରଥମେ ଗ୍ରାମବାସୀ ସାମନ୍ତିଆପଲ୍ଲୀ ବନାଞ୍ଚଳକୁ ଖବର ଦେବାପରେ ବ୍ରହ୍ମପୁର ସ୍ନେକ ହେଲ୍ପ ଲାଇନର ସଦସ୍ୟମାନେ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଥିଲେ। ତେବେ ସାପଟିକୁ ଦେଖିବା ପାଇଁ ଲୋକେ କୋଭିଡ-୧୯ ନିୟମକୁ ଭୁଲିଯାଇଥିବା ଦେଖିବାକୁ ମିଳିଥିଲା। ସାମାଜିକ ଦୂରତା ନଥିବାବେଳେ କେହି ମାସ୍କ ପିନ୍ଧିନଥିବା ଦେଖିବାକୁ ମିଳିଥିଲା।