୬ଟି ଘର ଭାଙ୍ଗିଲେ ହାତୀପଲ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କୋଲାବିରା ବ୍ଲକରେ ହାତୀମାନଙ୍କ ଉପଦ୍ରବ ବଢିବାରେ ଲାଗିଛି। ରବିବାର ରାତିରେ ପରମାନପୁର ପଞ୍ଚାୟତର ଶିରିଆପାଲି ଗ୍ରାମରେ ଦୁଇଟି ହାତୀ ପଶି ୬ଟି ଘର ଭାଙ୍ଗିଦେବା ସହ ଧାନ ଖାଇ ପଳାଇଯାଇଛନ୍ତି। ଏନେଇ ଗ୍ରାମବାସୀ ବନ ବିଭାଗକୁ ଖବରଦେବା ପରେ ବନବିଭାଗ କର୍ମଚାରୀ ଆସି ହାତୀମାନଙ୍କୁ ଜଙ୍ଗଲକୁ ଘଉଡ଼ାଇଥିଲେ।  ହାତୀ ଉପଦ୍ରବର କ୍ଷତି ସହିଥିବା ଗ୍ରାମବାସୀଙ୍କୁ କ୍ଷତିପୂରଣ ଓ ଏହି ହାତୀପଲ ଜଙ୍ଗଲଛାଡ଼ି ଅନ୍ୟତ୍ର ଯିବା ପର୍ଯ୍ୟନ୍ତ କୋଲାବିରା ବ୍ଲକର ସମସ୍ତ ଗ୍ରାମରେ ବନବିଭାଗ ପକ୍ଷରୁ ପାଟ୍ରେଲିଂ କରିବା ପାଇଁ ଦାବି ହୋଇଛି।