ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ୪୯ ନମ୍ବର ଜାତୀୟ ରାଜପଥର ଚେମେଣା ଓ ତୁରୁମୁଙ୍ଗା ସୀମା ନିକଟରୁ ତୁରୁମୁଙ୍ଗା ପୁଲିସ ମଙ୍ଗଳବାର ଅପରାହ୍ନରେ ଏକ ଗୋରୁ ବୋଝେଇ କଣ୍ଟେନର ଜବତ କରିବା ସହ ଗାଡିର ଡ୍ରାଇଭରକୁ ଅଟକ ରଖିଛି। ଅଟକ ଡ୍ରାଇଭର ହେଉଛନ୍ତି ପଶ୍ଚିମବଙ୍ଗ କୋଲକାତା ହୁଗୁଳି ଥାନା ଅନ୍ତର୍ଗତ ପାଣ୍ଡୁଆ ଗ୍ରାମର ମହମ୍ମଦ ସିରାଜଉଦ୍ଦିନ। ସୂଚନା ଅନୁସାରେ କଣ୍ଟେନର ଟି ବରଗଡ଼ ଜିଲ୍ଲା ସୋହେଲାରୁ ୩୩ ଟି ଗୋରୁ ନେଇ କୋଲକାତା ଚାଲାଣ ହେଉଥିବାବେଳେ ବାଟରେ ଗାଡି ଖରାପ ହେବାରୁ ଭୋର ରାସ୍ତାରେ ସମସ୍ତ ଗୋରୁଙ୍କୁ ଅନ୍ୟଏକ କଣ୍ଟେନରରେ କୋଲକାତା ପଠାଯାଇଥିବା ଡ୍ରାଇଭର ପୁଲିସ ସୂଚନା ଦେଇଛି। କଣ୍ଟେନରରୁ ମାତ୍ର ଗୋଟିଏ ଗୋରୁ ପୁଲିସ ଉଦ୍ଧାର କରିଥିବା ଥାନା ଅଧିକାରୀ ସୁଶାନ୍ତ ମଣି ମହାନ୍ତି ସୂଚନା ଦେଇଛନ୍ତି। ଏନେଇ ତୁରୁମୁଙ୍ଗା ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।