ଭୁବନେଶ୍ୱର, ଏନ୍ଏନ୍ଏସ୍: ଜାନୁଆରୀ ୫ ତାରିଖରୁ ଚିଲିକାରେ ଆରମ୍ଭ ହେବ ପକ୍ଷୀ ଗଣନା। ଏ ନେଇ ବନ୍ୟାପ୍ରାଣୀ ବିଭାଗ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଚିଲିକାକୁ ୫ଟି ଜୋନରେ ବିଭକ୍ତ କରାଯିବ। ଏଥିରେ ପାଖାପାଖି ୨୦ ଟି ଟିମ୍ ନିୟୋଜିତ ହେବେ। ପ୍ରତି ଟିମରେ ଜଣେ ସାଇଣ୍ଟିଷ୍ଟଙ୍କ ସମେତ ୪ରୁ ୫ କର୍ମଚାରୀ ନିୟୋଜିତ ହେବେ ବୋଲି ଜଣାପଡ଼ିଛି। ୬ଟାଠାରୁ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହେବ । ଚିଲିକା ବନ୍ୟପ୍ରାଣୀ ବିଭାଗ ସହକାରୀ ଅଧିକାରୀ ସରତ କୁମାର ମିଶ୍ର ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।