ଆଜି ସନ୍ଧ୍ୟାରେ ମନ୍ତ୍ରଣାଳୟର ସଚିବଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ସନ୍ଧ୍ୟାରେ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗର ସଚିବଙ୍କୁ ନେଇ ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ବୈଠକରେ କେଉଁ ବିଷୟରେ ଆଲୋଚନା ହେବ, ସେନେଇ ଅଧିକ ସୂଚନା ମିଳିନାହିଁ। କରୋନା ଭାଇରସ ଦେଶର ଅର୍ଥନୀତିକୁ ପ୍ରଭାବିତ କରିବା ସହ ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇଥିବା ନେଇ ବୈଠକରେ ଆଲୋଚନା ହୋଇପାରେ ବୋଲି ବିଶେଷ ସୁତ୍ରରୁ ସୂଚନା ମିଳିଛି।

ସେପ୍ଟେମ୍ବର ୧୪ରେ ମୋଦୀ ମନ୍ତ୍ରୀ ପରିଷଦର ବୈଠକ ଡକାଇଥିଲେ। ଏହାକୁ ସେ ‘ଚିନ୍ତନ ଶିବିର’ ବୋଲି କହିଥିଲେ। ବୈଠକରେ ମୋଦୀ ସରଳତା ଉପରେ ଜୀବନ ପଥ ବୋଲି ମନ୍ତ୍ରୀଙ୍କୁ କହିଥିଲେ। ଆଗକୁ ମଧ୍ୟ ଆହୁରି ୪ଟି ‘ଚିନ୍ତନ ଶିବିର’ ଅନୁଷ୍ଠିତ ଆୟୋଜନ ହେବା ନେଇ ସୂଚନା ମିଳିଛି। ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ରିପୋର୍ଟ କାର୍ଡ ପ୍ରଦାନ କରିଥିଲେ। ଏହା ପୂର୍ବରୁ ମଧ୍ୟ ଦେଶରେ କରୋନା ସ୍ଥିତି ଓ ଟିକାକରଣ ନେଇ ସେପ୍ଟେମ୍ବର ୧୦ରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ ପ୍ରଧାନମନ୍ତ୍ରୀ।