ଆଉଁଳିରେ ଯୁବକ ଓ ଯୁବତୀର ଝୁଲନ୍ତା ଶବ ଉଦ୍ଧାର

ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବ୍ଲକ୍‌ କୁଣ୍ଢେଇଗୋଳ ଥାନା ଆଉଁଳି ଗ୍ରାମରେ ଜଣେ ଯୁବକ ଓ ଯୁବତୀର ଝୁଲନ୍ତା ଶବ ଉଦ୍ଧାର ହୋଇଛି। ଗ୍ରାମର କୁମ୍ଭାର ସାହିର ମହୁଲ ଗଛରେ ଗତକାଲି ରାତି ୧ଟାରୁ ଏହି ଦୁହିଁଙ୍କ ଶବ ଝୁଲୁଥିବା ଜନସାଧାରଣ ଦେଖିଥିଲେ।

ଯୁବକ ଜଣଙ୍କ ଆଉଁଳି ଗ୍ରାମର ଗିରିଧାରୀ ବେହେରାଙ୍କ ପୁଅ ଆଲୋକ ବେହେରା(୨୨) ଜଣା ପଡିଥିବା ବେଳେ ଯୁବତୀର ପରିଚୟ ମିଳିପାରି ନାହିଁ। ପ୍ରେମ ଜନିତ ଘଟଣାରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ଖବରପାଇ କୁଣ୍ଢେଇଗୋଳା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଭଳି ଅଭାବନୀୟ ଘଟଣା ଜିଲ୍ଲାରେ ଏବେ ଆଲୋଡନ ସୃଷ୍ଟି କରିଛି।