ଝାରସୁଗୁଡା,ଏନ୍ଏନ୍ଏସ୍: ପୃଥିବୀ ବିଜ୍ଞାନ କ୍ଲବ୍ ପକ୍ଷରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରରେ ଶୂନ୍ୟ ଛାୟା ଦିବସ ପାଳନ କରାଯାଇଛି। ସୂର୍ଯ୍ୟା ଲୋକରେ ମଧ୍ୟ କୌଣସି ଏକ ବସ୍ତୁର ପ୍ରତିବିମ୍ବ କିପରି ସୃଷ୍ଟି ହେଉ ନାହିଁ ତାହା ଏହି ଅବସରରେ ପରୀକ୍ଷା କରାଯାଇଛି। ପ୍ରତିଦିନ ସୂର୍ଯ୍ୟର ବିପରୀତ ଦିଗରେ ଯେ କୌଣସି ବସ୍ତୁର ଏକ ଛାଇ ସୃଷ୍ଟି ହେବା ଏକ ସାଧାରଣ ଘଟଣା। ହେଲେ ବିଜ୍ଞାନର ନିୟମ ଅନୁସାରେ, ଯେତେବେଳେ ସୂର୍ଯ୍ୟ ଆମର ଠିକ ମୁଣ୍ଡ ଉପରେ ରହିଥାଏ ସେତେବେଳେ ଛାଇ ପଡେ ନାହିଁ। ଏହାକୁ ଭିତ୍ତି କରି ଆଜି ଝାରସୁଗୁଡାରେ ପୂର୍ବାହ୍ଣ ୧୧ଟା ୫୧ରୁ ୧୧ଟା ୫୯ ପର୍ଯ୍ୟନ୍ତ ସୂର୍ଯ୍ୟାଲୋକରେ ସିଲିଣ୍ଡର ଆକୃତିର ବସ୍ତୁ ରଖି ଏହାର ପ୍ରତିବିମ୍ବ ସୃଷ୍ଟି ହେଉ ନଥିବା ପୃଥିବୀ ବିଜ୍ଞାନ କ୍ଲବର ସଦସ୍ୟାମାନେ ପରୀକ୍ଷଣ କରିଛନ୍ତି। ଏବଂ ଶୂନ୍ୟ ଛାୟା ଦିବାସରେ ପ୍ରତିବିମ୍ବ ସୃଷ୍ଟି ନହେବା ଏକ ଚମକପ୍ରଦ ବୈଜ୍ଞାନିକ ଘଟଣା ବୋଲି କହିଛନ୍ତି।