ବିନା ଭକ୍ତରେ ରଥରେ ବିଜେ ହେବେ ମହାପ୍ରଭୁ…

ପୁରୀ,ଏନ୍ଏନ୍ଏସ୍: ରଥଯାତ୍ରା ପାଇଁ ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଏଥିରେ ଦୁଇଟି ବଡ଼ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ରଥଯାତ୍ରାରେ ଭକ୍ତ ସାମିଲ ନ ହେବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଏ ନେଇ ରାଜ୍ୟ ସରକାରଙ୍କୁ ସୁପାରିଶ ହୋଇଛି। ଏଥିରେ ଭକ୍ତମାନଙ୍କୁ ରଥଯାତ୍ରାରେ ସାମିଲ ହେବାକୁ ଅନୁମତି ଦେବା ଅନୁଚିତ ବୋଲି ଦର୍ଶାଇଛନ୍ତି ଗଜପତି ମହାରାଜ। ଏ ନେଇ ରାଜ୍ୟ ସରକାର ଅନୁମତି ଦେଲେ ରଥଯାତ୍ରା କରାଯିବ ବୋଲି କହିଛନ୍ତି। କେବଳ ସମ୍ପୃକ୍ତ ଅଧିକ।ରୀ, ପୁଲିସ ଓ ସେବାୟତଙ୍କ ଉପସ୍ଥିତରେ ହେବ ରଥଯାତ୍ରା। ଏ ନେଇ ଶ୍ରୀମନ୍ଦିର ପରିଚାଳନ କମିଟି ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।

ଏଥିସହିତ ସ୍ନାନଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜା କହିଛନ୍ତି ଯେ କୌଣସି ଦର୍ଶନାର୍ଥୀ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ ନାହିଁ। କରୋନା ସଂକ୍ରମରକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ହୋଇଛି। ତେବେ ଭକ୍ତମାନେ ଘରେ ରହି ସିଧାପ୍ରସାରଣରେ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି ଗଜପତି ମହାରାଜା କହିଛନ୍ତି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ସିଧାପ୍ରସାରଣ କରାଯିବ। ସେହିପରି ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଶ୍ରୀ ମନ୍ଦିର ବନ୍ଦ ରହିବ ବୋଲି ଜଣାପଡ଼ିଛି। କରୋନ କଟକଣା ଯୋଗୁଁ ଶ୍ରୀମନ୍ଦିର ଖୋଲାଯାଇ ପାରିବ ନାହିଁ। କାରଣ ଶ୍ରୀମନ୍ଦିର ଖୋଲା ଗଲେ ଭକ୍ତଙ୍କ ଭିଡ ନିୟନ୍ତ୍ରଣ କରିହେବ ନାହିଁ ବୋଲି ଗଜପତି ମହାରାଜା କହିଛନ୍ତି।