ଆମେରିକା ସଂସଦରେ ଯୁଦ୍ଧ ରୋକିବାକୁ କହିଲେ ଜେଲେନସ୍କି

ନୂଆଦିଲ୍ଲୀ: ଋଷ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କି ଆମେରିକା ସଂସଦକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ଆମେରିକାର ସମସ୍ତ ସାଂସଦ ଠିଆ ହୋଇ ଜେଲେନସ୍କଙ୍କୁ ଅଭିବାଦନ ଜଣାଇଥିଲେ । ଜେଲେନସ୍କି କହିଛନ୍ତି ଯେ, ଆମେ ଯୁଦ୍ଧ ଚାହୁଁନାହୁଁ । ଯୁଦ୍ଧ ରୋକାଯାଉ । ଆମେ ଯୁଦ୍ଧ ରୋକିବାକୁ ଚେଷ୍ଟା ଜାରି ରଖିଛୁ । ଆମ ଅଧିକାରୀଙ୍କ ଉପରେ ଆକ୍ରମଣ କରାଯାଇଛି ।

ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କି ଆମେରିକାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ କଥା ମନେ ପକାଇଥିଲେ ଏବଂ ୟୁକ୍ରେନ ଧ୍ୱଂସର ଏକ ଭିଡିଓ ମଧ୍ୟ ଦେଖାଇଥିଲେ । ଏଥିସହିତ ଋଷ ଉପରେ ଆହୁରି କଡ଼ା କଟକଣା ଲଗାଇବାକୁ ନିବେଦନ କରିଥିଲେ । ଆମେରିକୀୟ କମ୍ପାନୀ ମଧ୍ୟ ଋଷ ଛାଡ଼ି ଦେବା ଦରକାର ବୋଲି ଜେଲେନସ୍କି କହିଥିଲେ । ଜେଲେନସ୍କି ତାଙ୍କ ଅଭିବାଦନରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଧନ୍ୟବାଦ ଜଣାଇଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ସଯେ।।ଗ ପାଇଁ ଆଭାର ବ୍ୟକ୍ତ କରୁଛି ବୋଲି ଜେଲେନସ୍କି କହିଥିଲେ ।