ନୂଆଦିଲ୍ଲୀ: ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କି କତରର ଦୋହା ଫୋରମରେ ଆଜି ହଠାତ୍ ଏକ ଭିଡିଓ ଲିଙ୍କ ମାଧ୍ୟମରେ ଉପସ୍ଥିତ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ତେଲ ଓ ଗ୍ୟାସ ସମ୍ପନ୍ନ କତର ସହ ଅନ୍ୟ ଦେଶକୁ ଉତ୍ପାଦନ ବଢ଼ାଇବାକୁ ଆହ୍ୱାନ ଦେଇଥିଲେ । ଫଳରେ ଶକ୍ତି ଯୋଗଣାର ଅଭାବକୁ ଦୂର କରାଯାଇପାରିବ। ଏଥିସହିତ ସଂଯୁକ୍ତ ରାଷ୍ଟ୍ର ଓ ବିଶ୍ୱର ଶକ୍ତିଶାଳୀ ଦେଶକୁ ୟୁକ୍ରେନକୁ ସାହଯ୍ୟ କରିବା ପାଇଁ ମଧ୍ୟ ନିବେଦନ କରିଥିଲେ।
ବନ୍ଦରଗାର ସହର ମାରୟୁପୋଲରେ ହୋଇଥିବା ଧ୍ୱଂସକୁ ସିରିୟାଈ ଯୁଦ୍ଧ ସମୟରେ ଅଲେପ୍ପୋ ସହରରେ ହୋଇଥିବା ବିଧ୍ୱସ୍ତ ସହ ଜେଲେନସ୍କୀ ତୁଳନା କରିଥିଲେ । ଜେଲେନସ୍କୀ କହିଛନ୍ତି ଯେ, ସେମାନେ ଆମ ବନ୍ଦରଗାର ନଷ୍ଟ କରୁଛନ୍ତି । ୟୁକ୍ରେନରୁ ଯୋଗାଣ ବନ୍ଦ ହେବା ଯୋଗୁ ଅନେକ ଦେଶ ପ୍ରଭାବିତ ହୋଇଛନ୍ତି ।