ବଲାଙ୍ଗିର ପୌର ନିର୍ବାଚନ: ବାଜି ମାରିଲେ ବିଜେଡ଼ି ଅଧ୍ୟକ୍ଷା ପ୍ରାର୍ଥୀନୀ ଲିକ ସାହୁ

ବଲାଙ୍ଗିର,ଏନ୍ଏନ୍‌ଏସ୍‌: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଲା। ଶେଷରେ ବଲାଙ୍ଗିର ପୌର ପରିଷଦରେ ବାଜି ମାରିନେଲା ବିଜେଡ଼ି। ବିଜେଡ଼ି ଅଧ୍ୟକ୍ଷା ପ୍ରାର୍ଥିନୀ ଲିକା ସାହୁ କଂଗ୍ରେସ ପ୍ରାର୍ଥିନୀ ମିଲନୀ ସାହୁଙ୍କୁ ୧୪ ହଜାର ୪୩୨ ଭୋଟରେ ପଛରେ ପକାଇ ବିଜୟୀ ହୋଇଛନ୍ତି। କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥିନୀ ସମୁଦାୟ ୧୧ ହଜାର ୬୫୯ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବିଜେପି ପ୍ରାର୍ଥିନୀ ସବିତା ବାର୍ଲା ୭ ହଜାର ୧୧୬ ଖଣ୍ଡ ଭୋଟ୍‌ ପାଇଛନ୍ତି। ବିଜୟୀ ପ୍ରାର୍ଥିନୀ ଲିକା ସାହୁ ସମୁଦାୟ ୨୬ ହଜାର ୦୯୧ ଖଣ୍ଡ ଭୋଟ ପାଇ ଜୟଯୁକ୍ତ ହୋଇଛନ୍ତି।

ସେହିପରି ପୌର ସଭ୍ୟ ନିର୍ବାଚନରେ ବିଜେଡ଼ି ୧୬, କଂଗ୍ରେସ ୪ ଏବଂ ବିଜେପି ଗୋଟିଏ ଆସନ ପାଇଛି। ୱାର୍ଡ ନଂ.୧ରୁ ସସ୍ମିତା ନନ୍ଦ(ବିଜେଡ଼ି), ୨ରୁ ସରିତା ଦାଶ(ବିଜେଡ଼ି), ୩ରୁ ରଜନୀ ବନ୍‌ଛୋର୍‌(କଂଗ୍ରେସ), ୪ରୁ ଅରବିନ୍ଦ ପରୁଆ(କଂଗ୍ରେସ), ୫ରୁ ଲଲାଟେନ୍ଦୁ ପଟ୍ଟନାୟକ(ବିଜେଡ଼ି), ୬ରୁ ପିଙ୍କି କବାଟ(ବିଜେଡ଼ି), ୭ରୁ ଶମ୍ଭୁ ନାଗ(ବିଜେଡ଼ି), ୮ରୁ ନନ୍ଦିନୀ ପୋଢ଼(ବିଜେଡ଼ି), ୯ରୁ ପ୍ରେମଲତା ନାଏକ(ବିଜେଡ଼ି), ୧୦ରୁ କିଶୋର କୁମ୍ଭାର(ବିଜେଡ଼ି), ୧୧ରୁ ପ୍ରଦୀପ ମିଶ୍ର(କଂଗ୍ରେସ), ୧୨ରୁ ଅଂଜଳି ସାହୁ(କଂଗ୍ରେସ), ୧୩ରୁ ଇସ୍ମିତା ଇରା ଖାନ୍‌(ବିଜେଡ଼ି), ୧୪ରୁ ସଂଜୁଲତା ଦନ୍ତା, ୧୫ରୁ ମହେନ୍ଦ୍ର ବାଗ(ବିଜେଡ଼ି), ୧୬ରୁ ସନ୍ତୋଷିନୀ କୁଅଁର(ବିଜେଡ଼ି), ୧୭ରୁ ପ୍ରତିମା ଛତ୍ରିଆ(ବିଜେଡ଼ି), ୧୮ରୁ ଗଙ୍ଗାଧର ଚାନ୍ଦ(ବିଜେଡ଼ି), ୧୯ରୁ ହରିଶଙ୍କର ଛତ୍ରିଆ(ବିଜେପି), ୨୦ରୁ ଗାୟତ୍ରୀ ଭୋଇ(ବିଜେଡ଼ି) ଓ ୨୧ରୁ ଶତୃଘ୍ନ ବାଗ(ବିଜେଡ଼ି) କାଉନ୍‌ସିଲର୍‌ ଭାବେ ବିଜୟୀ ହୋଇଛନ୍ତି।