ମଇଷିଁ ଚରାଇବାକୁ ଯାଇ ଶବ ହୋଇ ଫେରିଲେ ଯୁଧିଷ୍ଠିର

ରାମନାଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ନିଲାମଗୁଡ଼ା ପଞ୍ଚାୟତର ଅମଡ଼ିଙ୍ଗ ଗ୍ରାମରେ ମଇଁଷି ଚରାଇବାକୁ ଯାଇ ଜଣେ ବ୍ୟକ୍ତି ଶବ ହୋଇ ଫେରିଥିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ରିପୋର୍ଟ ମୁତାବିକ, ଅମଡ଼ିଙ୍ଗ ଗ୍ରାମର ଯୁଧିଷ୍ଠିର ଗୌଡ଼(୭୦) ପ୍ରତିଦିନ ଭଳି ଗୁରୁବାର ଦିନ ଅପରାହ୍ନ ୨ଟା ସମୟରେ ମଇଁଷି ଚରାଇବାକୁ ଯାଇଥିଲେ। କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତି ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ଅମଡ଼ିଙ୍ଗ ଓ ଡମ୍ବୁରିଗୁଡ଼ା ଗ୍ରାମ ନିକଟସ୍ଥ ନାଳ ପାର୍ଶ୍ୱରେ ଯୁଧିଷ୍ଠିରଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ଏନେଇ ପରିବାର ଲୋକେ ଗୁଣୁପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପରିବାର ଲୋକେ ତଦନ୍ତ କରାଯିବାକୁ ଦାବି କରିଛନ୍ତି ।