ପାଗଳା ବ୍ୟକ୍ତିର ଶବ ଉଦ୍ଧାର କରି ସତ୍କାର କଲା ଯୁବକ ସଂଘ

କୋଟଗଡ଼,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଞ୍ଚଳରେ ଗତ ୨ ମାସ ହେଲା ଏକ ଅଜଣା ବ୍ୟକ୍ତି ଘୁରିବୁଲୁଥିବା ବେଳେ ସେ ସାମାନ୍ୟ ବିକୃତ ମସ୍ତିସ୍କ ଥିଲା। ନକୋଟଗଡ଼ ଅଞ୍ଚଳରେ ସେ ଅଜଣା ବାୟା ଭାବେ ବେଶ୍ ପରିଚିତ ଥିବାବେଳେ ଆଜି ତାର ମୃତ୍ୟୁ ହୋଇଛି। କରାସର ନଦୀକୂଳ ଉକ୍ତ ପାଗଳା ବ୍ୟକ୍ତିର ଶବ ପଡ଼ିଥିବା ଖବର ପାଇଁ ସ୍ଥାନୀୟ କଳାଶ୍ରୀ ଯୁବ ସଂସଦ ସେଠାରେ ପହଞ୍ଚିଥିଲେ।

ଯୁବ ସଂଘର ସଭାପତି ମନୋଜ କୁମାର ସାବତ ଓ ସଭ୍ୟ ପ୍ରଭାତ ପାତ୍ର ପ୍ରମୁଖ ସେଠାରେ ପହଞ୍ଚି ଉକ୍ତ ଅଜଣା ବ୍ୟକ୍ତିର ଶବକୁ ଉଦ୍ଧାର କରିବା ସହିତ ପୁଲିସକୁ ଖବର ଦେଇଥିଲେ। ପରେ ଅନ୍ୟ ୨ ଜଣଙ୍କ ସହାୟତାରେ କୋଭିଡ ନିୟମ ପ୍ରକାରେ ପୋଷାକ ପିନ୍ଧି ଉକ୍ତ ଅଜଣା ବ୍ୟକ୍ତିର ଶବ ସତ୍କାର କରିଥିଲେ। ଅଜଣା ବାୟା ଭାବେ ପରିଚିତ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ କୋଟଗଡ଼ରେ ଶୋକର ଛାୟା ଖେଳିଯାଇଥିବା ବେଳେ ଯୁବକ ସଂଘର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ମୃତ ବ୍ୟକ୍ତିର ବୟସ ପ୍ରାୟ ୬୦ରୁ ୭୦ ବର୍ଷ ହେବ ବୋଲି କୁହାଯାଇଛି।