ଯୁବକକୁ ହତ୍ୟା କଲେ, ଗାଁ ମୁଣ୍ଡରେ ପିଙ୍ଗି ଦେଲେ

ବାରିପଦା,ଏନଏନଏସ:  ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ପୂର୍ଣ୍ଣଚନ୍ଦ୍ରପୁର ଗାଁ ମୁଣ୍ଡରେ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତ ଦେହ ପଡି ଥିବା ଗ୍ରାମବାସୀ ଆଜି ସକାଳୁ ଦେଖିଥିଲେ ।  ମୃତ ଯୁବକ ଜଣଙ୍କ ହେଲେ ଭଦ୍ରାଷୋଳ ଗ୍ରାମର ଦିଲ୍ଲୀପ କୁମାର ମହାନ୍ତ  । ମୃତ ଯୁବକ ଜଣକ ଗତ ଦୁଇ ବର୍ଷ ହେବ ନିଜ ଶ୍ୱଶୁର ଘର ବୈଶିଙ୍ଗା ଥାନା ଗଡଗଡ଼ିଆରେ ରହୁଥିଲେ  ।

ଗତକାଲି ରାତିରେ କେହି  ତାଙ୍କୁ ହତ୍ୟା କରିବା ପରେ ଗାଁ ମୁଣ୍ଡରେ ପିଙ୍ଗି ଦେଇଥିବା ବିଷୟକୁ ନେଇ ପରିବାର ପକ୍ଷରୁ ମୋରଡ଼ା ଥାନାରେ ଲିଖିତ ଅଭିଯୋଗ କରାଯାଇଥିବାର ଜଣାପଡିଛି  ।  ଖବର ପାଇ ମୋରଡ଼ା ଓ ବେତନଟୀ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବାରିପଦା ପିଆରଏମ ମେଡିକାଲକୁ ପଠାଇବା ସଙ୍ଗେ ସଙ୍ଗେ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି  ।