ମୋ ସରକାର ଇଫେକ୍ଟ: ଲାଞ୍ଚ ମାଗିଲେ ଚାକିରିରୁ ବିଦାହେଲେ

ଟ୍ରକ ଚାଳକଙ୍କୁ ହାବିଲଦାର ଲାଞ୍ଚ ମାଗିବା ଘଟଣାରେ ହାବିଲଦାରଙ୍କୁ ପୁଲିସ ଡିଜି ଚାକିରିରୁ ନିଲମ୍ବିତ କରିଛନ୍ତି । ବଲଙ୍ଗୀରରେ କଣ୍ଟାବାଞ୍ଜି ଟାଉନ ଥାନା ହାବିଲଦାର ସଂକୀର୍ତ୍ତନ ପୁଟେଲ ଟ୍ରକ ଚାଳକଙ୍କୁ ଲାଞ୍ଚ ମାଗୁଥିବାର ଭିଡିଓ ଭାଇରାଲ ହୋଇଥିଲା । ତେବେ ଏହି ଘଟଣାକୁ ପୁଲିସ ଡିଜି ବିକେ ଶର୍ମା ଗୁରୁତର ସହ ନେଇ ସଂକୀର୍ତ୍ତନଙ୍କୁ ନିଲମ୍ବିତ କରିଛନ୍ତି । ତେବେ ମୋ ସରକାର ଯୋଜନାର ସଠିକ ରୂପାୟନ ପାଇଁ ଏପରି ପଦକ୍ଷେପ ନିଆଯାଇଥିବା ଡିଜି କହିଛନ୍ତି ।