ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

ସୁବର୍ଣ୍ଣପୁର,ଏନ୍‌ଏନ୍‌ଏସ୍‌: ମାଛ ମାରିବା ପାଇଁ ମହାନଦୀକୁ ଯାଇଥିବା ସମୟରେ ବ୍ରଜାଘାତରେ ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ନିମ୍ନା ଗାଁରେ ଘଟିଛି । ମୃତ ଯୁବକ ଜଣକ ହେଲେ ନିମ୍ନା ଗାଁର ଗୋପାଳ ଚନ୍ଦ୍ର ବେହେରା । ଘର ଲୋକେ ସୂଚନା ପାଇ ତାଙ୍କୁ ଗୁରୁତର ଅବସ୍ଥାରେ ନଦୀରୁ ଉଦ୍ଧାର କରି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।