ଗୋଛାପଡ଼ା,ଏନ୍ଏନ୍ଏସ୍: ବିବାହର ପ୍ରତିଶ୍ରୁତି ଦେଇ ଜଣେ ୧୯ ବର୍ଷିୟା ଯୁବତୀଙ୍କୁ ଗର୍ଭବତୀ କରି ଫେରାର୍ ହେବାପରେ ସମ୍ପୃକ୍ତ ଯୁବକକୁ ପୁଲିସ ଆଜି ଗିରଫ କରିଛି।
ସୂଚନା ଅନୁସାରେ , ଗୋଛାପଡ଼ା ଥାନା ପକାରି ପଞ୍ଚାୟତର ଦିଲୁରି ଗ୍ରାମର ଧିର କହଁର (୧୯) ନାମକ ଜଣେ ଯୁବକ ଉକ୍ତ ପଞ୍ଚାୟତର ଏକ ଗ୍ରାମର ଜନୈକ ଯୁବତୀଙ୍କ ମଧ୍ୟରେ ଗତ ୨ ବର୍ଷ ହେଲା ପ୍ରେମସମ୍ପର୍କ ଗଢି ଉଠିଥିଲା। ପରବର୍ତ୍ତୀ ସମୟରେ ବିବାହର ପ୍ରତିଶ୍ରୁତି ଦେଇ ଯୁବକ ଜଣକ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ବର୍ତ୍ତମାନ ଯୁବତୀ ଜଣକ ୬ ମାସର ଗର୍ଭବତୀ ଅଛନ୍ତି। ତେବେ ଯୁବତୀ ଜଣକ ଗର୍ଭବତୀ ହେବା ଜାଣିବାପରେ ଯୁବକ ଜଣକ ଫେରାର ହୋଇଯାଇଥିଲା। ଏନେଇ ଯୁବତୀ ମଙ୍ଗଳବାର ଗୋଛାପଡ଼ାଥାନାରେ ଏତଲା ଦେବାପରେ ପୁଲିସ୍ ଏକ ମାମଲା ରୁଜୁକରି ଆଜି ଉକ୍ତ ଯୁବକୁ ଗିରଫ କରିଥିବା ଥାନା ଅଧିକାରୀ ତୃପ୍ତି ରଞ୍ଜନ ନାୟକ ସୂଚନା ଦେଇଛନ୍ତି।