ବାରିପଦା, ଏନ୍ଏନ୍ଏସ୍: ରବିବାର ସକାଳେ ବାଲି ବାଝେଇ ଏକ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଖୁଣ୍ଟା ଥାନା ଅଙ୍ଗାରକୁଣ୍ଡିଆ ଗ୍ରାମର ସତ୍ୟବ୍ରତ ମହାକୁଡ଼ (ଟିକନ) ଏବଂ ତାଙ୍କ ଶଳା ଦୁଶାସନ ମହାକୁଡ଼ ବାଇକରେ ଷ୍ଟେସନ ବଜାର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରାକ୍ଟରଟି ତାଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଟିକନଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। ଅନ୍ୟଜଣେ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି। ମୃତ ଯୁବକଙ୍କ ପିତାଙ୍କ ଅଭିଯୋଗ ଆଧାରରେ ବାରିପଦା ଟାଉନ୍ ଥାନାରେ ଏକ ମାମଲା ରୁଜୁ କରାଯାଇଛି।