ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଶିକାବେହେଙ୍ଗା ଗାଁରେ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ନାମ ସଞ୍ଜୟ କୁମାର ତ୍ରିପାଠୀ(୨୫) ବୋଲି ଜଣାପଡ଼ିଛି। ସେ ପୋଖରୀକୁ ଗାଧୋଇବାକୁ ଯାଇ ବୁଡି ଯାଇଥିଲେ। ବହୁ ସମୟ ଧରି ପୋଖରୀରୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ପାଣି ଭିତରୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସଞ୍ଜୟ ପହଁରା ଶିଖିନଥିବାରୁ ଗାଧୋଇବା ବେଳେ ବୁଡିଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।