ଲଗାତାର ଦ୍ୱିତୀୟ ଦିନରେ ସୁସ୍ଥ ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ଲଗାତାର ୨ ଦିନ ହେବ ସୁସ୍ଥ ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। ଭୁବନେଶ୍ୱରରେ ଆଜି ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୭ଜଣ ସୁସ୍ଥ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୯ଜଣ ଓ ସ୍ଥାନୀୟ ସଂକ୍ରମଣ ୨୩ଜଣ ରହିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୭୩ ହୋଇଥିବାବେଳେ ୩୦ ହଜାର ୪୯୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୨୨୮ ଜଣଙ୍କର ମୃତ୍ୟୁ ଘଟିଛି ଓ ୩୩୦ଜଣ ଚିକିତ୍ସିତ ହେଉଛନ୍ତି।