ଦୀପାବଳୀରେ ଅଘଟଣ : ଯୁବକଙ୍କ ଆତ୍ମହତ୍ୟା

ବାରିପଦା, ଏନ୍ଏନ୍ଏସ୍: ବାରିପଦା ସଦର ଥାନା ଲକ୍ଷ୍ମୀପୁର ଗ୍ରାମର ମଦନ ସିଂ(୩୦) ଗତକାଲି ରାତିରେ ଏକ ଲୁଙ୍ଗିରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମଦନ ଜଣେ ଟ୍ରାକ୍ଟର ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି। ସ୍ତ୍ରୀ ସହ କୌଣସି କାରଣରୁ ମନମାଳିନ ହେବା ପରେ ସ୍ତ୍ରୀ ବାପ ଘରେ ରହୁଥିବା ବେଳେ ମଦନ ନିଜ ଘରେ ଏକୁଟିଆଲ ରହୁଥିଲେ। ଗତକାଲି କାଳିପୂଜା ଅବସରରେ ସାଙ୍ଗମାନଙ୍କ ସହ ମଉଜ ମଜଲିସ କରି ବିଳମ୍ବିତ ରାତିରେ ଘରକୁ ଫେରି ଆସି ଶୋଇବାକୁ ଯାଇଥିଲା। ଆଜି ସକାଳେ ପରିବାର ଲୋକେ ଝୁଲନ୍ତା ଅବସ୍ଥାରେ ତାକୁ ଦେଖିବାକୁ ପାଇଥିଲେ। ଖବର ପାଇ ଥାନା ପୁଲିସ ଲକ୍ଷ୍ମୀପୁର ଗ୍ରାମରେ ପହଁଞ୍ଚି ମଦନର ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବାରିପଦା ପିଆରଏମ ମେଡିକାଲକୁ ପଠାଇବା ସହ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଏହା ଆତ୍ମହତ୍ୟା ନା ହତ୍ୟା ଏହାକୁ ନେଇ ପ୍ରଶ୍ନ ଉଠିଛି। ବାରିପଦା ସଦର ଥାନା ଆଇଆଇସି ପ୍ରେମଦା ନାୟକ ପୁଲିସ ପକ୍ଷରୁ ପ୍ରାଥମିକ ତଦନ୍ତ ଜାରି ରହିଛି।