ହାତୀ ଆକ୍ରମଣରେ ଯୁବକ ଗୁରୁତର

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ବନଖଣ୍ଡ ସୁଗୁଡ଼ା ସେକ୍ସନ ଅନ୍ତର୍ଗତ ଶ୍ରୀନିବାସ ପୁର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ପ୍ରାୟ ୧ଟା ସମୟରେ ସୁଗୁଡ଼ା ଗ୍ରାମର ପ୍ରାଣବନ୍ଧୁ ସାହୁଙ୍କ ପୁଅ କୈଳାସ ଚନ୍ଦ୍ର ସାହୁ (୩୫) ଗ୍ରାମର ଅନ୍ୟ କେତେ ଜଣଙ୍କ ସହ ମିଶି ହାତୀପଲ ଘଉଡ଼ାଇବାକୁ ଯାଇଥିଲେ। ଏହି ସମୟରେ ଏକ ହାତୀ କୈଳାସଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା। ଏହା ଦେଖି ଅନ୍ୟ ଗ୍ରାମବାସୀମାନେ ହାତୀ ପଲକୁ ସେଠାରୁ ଘଉଡାଇ କୌଳାସଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

କୈଳାସଙ୍କ ହାତ-ଗୋଡ଼ ଭାଙ୍ଗି ଯାଇଥିବାବେଳେ ସେ ଏବେ ମଧ୍ୟ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ସେହିପରି ବନ ବିଭାଗ କର୍ମଚାରୀମାନେ ଉକ୍ତ ଗ୍ରାମକୁ ଯାଇ ହାତୀପଲଙ୍କୁ ଘଉଡ଼ାଇଥିବା ଜଣାପଡ଼ିଛି।