ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଚାଖୁଣ୍ଡାପାଳ ଗ୍ରାମର ନାୟକ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ସିଡି ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ଘନଶ୍ୟାମ ନାୟକଙ୍କ ପୁଅ ଅନୀଲ କୁମାର ନାୟକ(୨୪)। ମିଳିଥିବା ରିପୋର୍ଟ ମୁତାବକ, ରବିବାର ଅପରାହ୍ନରେ ସେ ତାଙ୍କ ସିଡି ଘରେ ଥିବା ଲୁହାରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ିପଠାଇଛି। ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ ପ୍ରେମଜନିତ କାରଣରୁ ଆତ୍ମହତ୍ୟା ହୋଇଥିବା ଜଣାପଡ଼ିଛି। ଏନେଇ ତୁରୁମୁଙ୍ଗା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ବୈଦ୍ୟନାଥ ସାହୁ ସୂଚନା ଦେଇଛନ୍ତି।