ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଜାତୀୟ ରାଜପଥ ୪୯ର ଗାନ୍ଧିଛକ ଆମଦର ଜଙ୍ଗଲ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି। ମୃତ ଯୁବକ ଜଣକ ବେଲପାହାଡ଼ ଗୁମାଡ଼େରାର କିଶୋର ପଣ୍ଡାଙ୍କ ପୁଅ ସୁମିତ ପଣ୍ଡା(୨୫) ବୋଲି ଜଣାପଡ଼ିଛି। ସୁମିତ ଗତକାଲି ରାତିରେ ଘରୁ ଝାରସୁଗୁଡ଼ାସ୍ଥିତ ଏକ ଘରୋଇ କମ୍ପାନୀକୁ କାମ କରିବା ପାଇଁ ଯାଉଥିବାବେଳେ ଆମଦରହ ନିକଟରେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିଲା। ଏ ବିଷୟରେ ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁମିତଙ୍କ ମୃତଦେହ ଓ ବାଇକ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ଏହାସହ ଏକ ଅପମୃତ୍ୟୁ ମାମାଲା ରୁଜୁ ୁକରି ତଦନ୍ତ ଆରମ୍ଭ କରିଛି।