ଝାରସୁଗୁଡା,ଏନ୍ଏନ୍ଏସ୍: ରେଙ୍ଗାଲି ଥାନା ଅନ୍ତର୍ଗତ କନକତୋରା ପଞ୍ଚାୟତ କୁଆଁକୁଣ୍ଡା ଠାରେ ଏକ ମୋଟର ସାଇକେଲ ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣେ ଯୁବକର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ଛତିଶଗଡ଼ ରାଜ୍ୟ ରାୟଗଡ଼ ପୁସୋର ଥାନା ଅଞ୍ଚଳର ଗୌରୀ ଶଙ୍କର ସିଦାର(୩୦)। ଖବରପାଇ ରେଙ୍ଗାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକ ଜଣକ ସିଜି-୧୩ୟୁବି-୭୭୮୦ ନମ୍ବର ବିଶିଷ୍ଟ ମୋଟର ସାଇକେଲରେ କନକତୋରା ପଟୁ ରାୟଗଡ଼ ପଟକୁ ଯାଉଥିବା ବେଳେ ରାସ୍ତାରେ କଡରେ ଥିବା ସୂଚନା ଫଳକରେ ପିଟି ହୋଇଥିଲେ। ଫଳରେ ଘଟଣାସ୍ଥଳରେ ହିିଁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।