ଝାରସୁଗୁଡା,ଏନ୍ଏନ୍ଏସ୍: ଜାତୀୟ ରାଜପଥ ୪୯ ରେଙ୍ଗାଲି ଥାନା ଅନ୍ତର୍ଗତ ବେହାରାପଡା ଛକ ନକଟରୁ ଜଣେ ବ୍ୟକ୍ତିଙ୍କ ଠାରୁ ବନ୍ଧୁକ ଦେଖାଇ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ଭାରତ ଫାଇନାନ୍ସରେ କାର୍ଯ୍ୟ କରୁଥିବା ଦୁର୍ବଦଳ ଜଗଦଳା ବୋଲି ଜଣାପଡ଼ିଛି। ରେଙ୍ଗାଲି ପୁଲିସ ସୁଚନା ଅନୁସାରେ ବେହେରାପଡା ଛକ ନିକଟସ୍ଥ ରାସ୍ତାକଡରେ ଏକ ଗ୍ଲାମର ବାଇକ (ଓଡି-୩୧ଇ-୧୮୫୦) ଓ ଏକ ବନ୍ଧୁକ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ।
ରେଙ୍ଗାଲି ପୁଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରିବାପରେ ଦୁର୍ବଦଳ ଜଗଦଲା ପହଂଚି ତାଙ୍କ ଠାରୁ ବନ୍ଧୁକ ଦେଖାଇ ୭୦ ହଜାର ଟଙ୍କା ଲୁଟ ହୋଇଥିବା ପୁଲିସକୁ କହିଥିଲେ। ପୁଲିସ ବାଇକ ଓ ବନ୍ଧୁକ ଜବତ କରିବା ସହ ଦୁର୍ବଦଳଙ୍କୁ ପଚରାଉଚରା କରୁଛି। ଖବର ଲେଖାଯିବା ପର୍ଯ୍ୟନ୍ତ ରେଙ୍ଗାଲି ଥାନାରେ କୌଣସି ମାମାଲା ରୁଜୁ ହୋଇନଥିବା ପୁଲିସ ପ୍ରକାଶ କରିଛି।