ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ

କୁଆଁପାଳ,ଏନ୍ଏନ୍ଏସ୍: କଟକ ଜିଲ୍ଲା ମାହାଙ୍ଗା ଥାନା ପାଇକରାପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ସେହି ଗ୍ରାମର ଉଦ୍ଧବ ପରିଡାଙ୍କ ପୁଅ ମହେନ୍ଦ୍ର ପରିଡ଼ା (୩୬) ଗୋବରୀ ନଦୀରେ ବୁଡି ଯିବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ନଦୀରୁ ମହେନ୍ଦ୍ରଙ୍କୁ ଉଦ୍ଧାର ପରେ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ପରେ ମହେନ୍ଦ୍ରଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ କଟକ ପଠାଯାଇଥିବା ଜଣାପଡ଼ିଛି। ମୃତ ମହେନ୍ଦ୍ରଙ୍କ ଛୋଟ ଛୋଟ ୩ଟି ଝିଅ ଅଛନ୍ତି। ଏହି ମୃତ୍ୟୁ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।