ଜାନୁଆରୀ ୨୬ରୁ ଆରମ୍ଭ ହେବ ଆଦିବାସୀ ମେଳା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ୟୁନିଟ-୧ ପଡ଼ିଆରେ ଆସନ୍ତା ଜାନୁଆରୀ ୨୬ରୁ ଆଦିବାସୀ ମେଳା ଆରମ୍ଭ ହେବ। ଜାନୁଆରୀ ୨୬ରୁ ଆରମ୍ଭ ହେଉଥିବା ମେଳା ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। କୋଭିଡ ନିୟମ ପାଳନ କରି ମେଳା ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହିତ ଦୈନିକ ପୂର୍ବାହ୍ନ ୧୧ଟାରୁ ସଂଧ୍ୟା ୭ଟା ଯାଏଁ ଏହି ମେଳା ଚାଲିବ ବୋଲି ଜଣାପଡ଼ିଛି।