ଗାଧେଇବାକୁ ଯାଇ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,ଏନ୍ଏନ୍ଏସ୍: ନଦୀକୁ ଗାଧୋଇବାକୁ ଯାଇ ଜଣେ ଯୁବକ ମୃତ। ଏହି ଅଭାବନୀୟ ଘଟଣାଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ମାଳିଗାଁ ପଞ୍ଚାୟତ ଅଧିନ ଥିବା ସୂର୍ଯ୍ଯଗଡ ଗ୍ରାମରେ। ଉକ୍ତ ଗ୍ରାମର ଭୀମ ନାଏକଙ୍କ ୧୮ ବର୍ଷୀୟ ପୁଅ ଦେବେନ୍ଦ୍ର ସୋମବାର ସକାଳ ୮ ଘଣ୍ଟା ସମୟରେ ଗ୍ରାମ ନିକଟସ୍ଥ କାଳିଆ ଗାଡ ନଦୀକୁ ଗାଧେଇବା ପାଇଁ ଯାଇଥିଲେ। ଏହି ସମୟରେ କୌଣସି କାରଣରୁ ଗୋଡ ଖସି ନଦୀର ଗଭୀର ପାଣିରେ ପଡିଯାଇଥିଲେ।

କିଛି ସମୟ ପରେ ଖବରପାଇ ପରିବାର ଲୋକେ ସେଠାରୁ ଦେବେନ୍ଦ୍ରକୁ ଉଦ୍ଧାର କରି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏନେଇ ଥୁଆମୂଳ ରାମପୁର ପୁଲିସକୁ ସୂଚନା ମିଳିଲା ପରେ ଥୁଆମୂଳ ରାମପୁର ପୁଲିସ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲେ। ଏବଂ ଶବ ବ୍ଯବଚ୍ଛେଦ ପାଇଁ ପଠାଇଥିଲେ। ବ୍ଯବଚ୍ଛେଦ ପରେ ଶବଟିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ଏନେଇ ଥୁଆମୂଳ ରାମପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି।