ଅର୍ଜୁନ ତେନ୍ଦୁଲକରଙ୍କୁ ଖେଳାଇବାକୁ ଜୋରଦାର ଦାବି

ନୂଆଦିଲ୍ଲୀ: ଚଳିତ ଆଇପିଏଲ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ଲଗାତାର ୮ଟି ମ୍ୟାଚରେ ହାରି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି । ଏବେ ପ୍ଲେ ଅଫର ଆଶା ମଉଳି ଯାଇଥିବାବେଳେ ଟିମରେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ଦାବି ହେଉଛି । ଆଉ ଏଥିରେ ସର୍ବାଗ୍ରେ ମାଷ୍ଟରବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ନାଁ ରହିଛି । ଗତ ରବିବାର ମୁମ୍ବାଇ ୩୬ ରନରେ ହାରିବା ପରେ ଅର୍ଜୁନଙ୍କ ନାମରେ ସୋସିଆଲ ମିଡିଆରେ ଜୋରଦାର ସମର୍ଥନ ହେଉଛି ।

ସୂଚନାଯୋଗ୍ୟ, ଫ୍ୟାନ୍ସ ଟିମରେ ସବୁଠୁ ଦାମୀ ଖେଳାଳି ଇଶାନ କିସାନଙ୍କୁ ବାହାର କରି ଅର୍ଜୁନ ତେନ୍ଦୁଲକରଙ୍କୁ ଖେଳାଇବାକୁ ଦାବି କରିଛନ୍ତି ।