ଲଖନଉ,ଏଜେନ୍ସି: ଆଜି ହିନ୍ଦି ସାମ୍ବାଦିକତା ଦିବସ। ଏହି ଅବସରରେ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ସାମ୍ବାଦିକଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ଯେଉଁ ସାମ୍ବାଦିକ ମାନେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି ସେମାନଙ୍କ ପରିବାରକୁ ସରକାର ୧୦ ଲକ୍ଷ ଟଙ୍କା ଅନୁଦାନ ଦେବାକୁ ଘୋଷଣା କରିଛନ୍ତି। କରୋନା ପରି ଏହି ସଙ୍କଟ ସମୟରେ ଡାକ୍ତର, କର୍ମଚାରୀ, ପୁଲିସ ଏବଂ ଅନ୍ୟ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପରି ସାମ୍ବାଦିକମାନେ ନିଜ ଜୀବନକୁ ବିପଦରେ ପକାଇ ଦେଶର ଲୋକଙ୍କ ନିକଟରେ ଖବର ପହଞ୍ଚାଉଛନ୍ତି ।
ଏହି କରୋନା ସମୟରେ ଦେଶରେ ଅନେକ ସାମ୍ବାଦିକ ସଂକ୍ରମିତ ହୋଇ ନିଜ କର୍ତ୍ତବ୍ୟ ତୁଲାଉଥିବା ବେଳେ ପ୍ରାଣ ହରାଇଛନ୍ତି। ଏଭଳି ପରିସ୍ଥିତିରେ ଯୋଗୀ ଆଦିତ୍ୟନାଥ ଆଜି ହିନ୍ଦୀ ସାମ୍ବାଦିକତା ଦିବସରେ ସାମ୍ବାଦିକଙ୍କ ପରିବାରଙ୍କ ପାଇଁ ଏହି ବଡ ଘୋଷଣା କରିଛନ୍ତି।