ଶାହଙ୍କୁ ଭେଟିବା ପାଇଁ ଦିଲ୍ଲୀ ପହଞ୍ଚିଲେ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ କାର୍ଯ୍ୟବାହକ ଯୋଗୀ ଆଦିତ୍ୟନାଥ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପାଇଁ ଦିଲ୍ଲୀ ପହଂଚିଛନ୍ତି । ଉତ୍ତରପ୍ରଦେଶରେ ସରକାର ଗଠନ କରିବାକୁ ଦୃଷ୍ଟିରେ ରଖି ବିଜେପି ଶାହଙ୍କୁ ପର୍ଯ୍ୟବେକ୍ଷକ ରୂପେ ନିଯୁକ୍ତ କରିଛି । ଆଉ ଶପଥ ଗ୍ରହଣ ପୂର୍ବରୁ ୟୁପି ମନ୍ତ୍ରୀମଣ୍ଡଳ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ଲାଗି ଶାହଙ୍କୁ ଭେଟିବାକୁ ଯୋଗୀ ପହଂଚି ଥିବା ଜଣାପଡ଼ିଛି ।

ସୂତ୍ର ମୁତାବକ, ବିଜେପି ବର୍ତ୍ତମାନ ସୁଦ୍ଧା ୭୦ ଜଣଙ୍କର ଏକ ତାଲିକା ପ୍ରସ୍ତୁତ କରିଛି । ସେଥିରୁ ପାଖାପାଖି ୪୫ରୁ ୪୭ ନାଁ ଚୂଡ଼ାନ୍ତ କରାଯିବ । ଦିଲ୍ଲୀରେ ହେବାକୁ ଥିବା ଏହି ବୈଠକରେ ଜେପୀ ନଡ୍ଡା, ଧର୍ମେନ୍ଦ୍ର ପ୍ରଧାନ ଓ ବୀଏଲ ସନ୍ତୋଷ ଉପସ୍ଥିତ ରହିବେ ।