ଭୁବନେଶ୍ବର,ଏନ୍ଏନ୍ଏସ୍: ଚଳିତ ମାସ ୨୫-୨୭ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମହାବଳେଶ୍ବର ଠାରେ ଆୟୋଜିତ ହେବାକୁ ଯାଉଛି ୮ମ ଜାତୀୟ ଥାଏ ବକ୍ସିଂ ଫେଡରେସନ୍ କପ୍ ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଓଡ଼ିଶାରୁ ୫୦ ପ୍ରତିଯୋଗୀ ମହାରାଷ୍ଟ୍ର ଗସ୍ତ କରିଛନ୍ତି।
ତାଙ୍କ ସହିତ ଓଡ଼ିଶା ଥାଏ ବକ୍ସିଂ ସଂଘର ମହାସଚିବ ଶୁଭେନ୍ଦୁ ସାମନ୍ତରାୟ, ଟିମ୍ କୋଚ୍ ସୁଧାଂଶୁ ପଣ୍ଡା, ଟିମ୍ ମ୍ୟାନେଜର୍ ନବୀନ ସିଂ ଓ ଅଫିସିଆଲ ଭାବେ ପ୍ରସାଦ ନାୟକ, ସଚ୍ଚିନ୍ ମହନ୍ତ ଓ ଉମାକାନ୍ତ ବେହେରା ଗସ୍ତ କରିଛନ୍ତି।
ଜାତୀୟ ଥାଏ ବକ୍ସିଂ ଫେଡରେସନ୍ର ସଭାପତି ଡ. କୁଲ୍ଦୀପ୍ ସୁମନ୍ସ୍କାର ଏଥିନେଇ ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।