ରାମ ମନ୍ଦିର ଭୂମି ପୂଜନ ପ୍ରସ୍ତୁତିର ସମୀକ୍ଷା ପାଇଁ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ଅଯୋଧ୍ୟା ଗସ୍ତ

ନୂଆଦିଲ୍ଲୀ,ଏଜେନ୍ସି: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣର ଭୂମି ପୂଜନ ପାଇଁ ଅଗଷ୍ଟ ୫ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ଏହା ଉପରେ ସମସ୍ତଙ୍କ ନଜର। ଏ ନେଇ ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଛି। ତେବେ ପ୍ରସ୍ତୁତିର ସମୀକ୍ଷା ପାଇଁ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଅଯୋଧ୍ୟା ଗସ୍ତ କରିବେ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୋଗଦେବେ। ପରେ ଶ୍ରୀ ନାଥ ରାମ ମନ୍ଦିର ଆନ୍ଦୋଳନରେ ସାମିଲ ଥିବା ଅନେକ ନେତା, ସାଧୁ ଓ ସନ୍ଥଙ୍କ ସହିତ ଭିଡିଓ କନଫେରେନ୍ସିଂ ଜରିଆରେ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ କୋଭିଡ ନେଗେଟିଭ ଥିବା ସୁରକ୍ଷା କର୍ମୀ ନିୟୋଜିତ ହେବେ। ଆଜି ଅପରାହ୍ଣ ୨ ଟାରେ ମୁଖ୍ୟମନ୍ତ୍ରୀ ଅଯୋଧ୍ୟାରେ ପହଞ୍ଚିବେ। ଅପରାହ୍ନ ୫ ଟାରେ ପୁଣି ଲଖନଉ ଫେରିବାର କାର୍ଯ୍ୟକ୍ରମ ରହିଛି। ସରୋଜ ଘାଟଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମର ସମୀକ୍ଷା କରିବେ ଯୋଗୀ।