ରାମ ମନ୍ଦିର ଭୂମି ପୂଜନ: ସାମ୍ନାକୁ ଆସିଲା ନିମନ୍ତ୍ରଣ ପତ୍ରର ଝଲକ

ୟୁପି,ଏଜେନ୍ସି: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ରେ ହେବାକୁ ଯାଉଛି ଭୂମି ପୂଜନ। ଏଥିପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଅତିଥିମାନଙ୍କ ପାଇ ନିମନ୍ତ୍ରଣ ପତ୍ର ପ୍ରସ୍ତୁତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଭୂମି ପୂଜନରେ ଯୋଗ ଦେବେ। ଇତି ମଧ୍ୟରେ ଭୂମି ପୂଜନ ପାଇଁ ଅତିଥିଙ୍କୁ ପଠାଯାଇଥିବା ନିମନ୍ତ୍ରଣ ପତ୍ରର ପ୍ରଥମ ଝଲକ ସାମ୍ନାକୁ ଆସିଛି।

୨୦୦ ଜଣ ଅତିଥିଙ୍କୁ ଏହି ନିମନ୍ତ୍ରଣ ପତ୍ର ପଠାଯିବ। ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ତରଫରୁ ଅତିଥିଙ୍କୁ ହଳଦିଆ ରଙ୍ଗର ନିମନ୍ତ୍ରଣ ପତ୍ର ପଠାଯାଉଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗଦେବା ନେଇ ସୂଚନା ରହିଛି। ଏଥିସହ ଅତିଥିମାନେ ଅଗଷ୍ଟ ୪ ସନ୍ଧ୍ୟା ମଧ୍ୟରେ ଅଯୋଧ୍ୟାର କାରସେବକପୁରମ୍‌ ପହଞ୍ଚିବାକୁ ଅନୁରୋଧ କରାଯାଇଛି। ଏବେ ଯାଏଁ ଭୂମି ପୂଜନ ପାଇଁ କିଛି ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି।

ସୂଚନା ଅନୁସାରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଅତିଥି ତାଲିକାକୁ ୪ଟି ଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଛି। ଏଥିରେ ଦେଶର ୫୦ ବଡ଼ ସାଧୁ ସନ୍ଥ, ୫୦ ଜଣ ନେତାଙ୍କ ସମେତ ଶିଳ୍ପପତି ଓ ରାମ ମନ୍ଦିର ଆନ୍ଦୋଳନ ସହିତ ଜଡିତ ବ୍ୟକ୍ତି ସାମିଲ ଅଛନ୍ତି। ଏଥିରେ ଲାଲ କୃଷ୍ଣ ଆଡ଼ଭାନି, ମୁରଲୀ ମନୋହର ଯୋଶୀ, ଉମା ଭାରତୀ, କଲ୍ୟାଣ ସିଂଙ୍କ ସହ ସାଧବୀ ରିଥମ୍ବରା ଏବଂ ବିନୟ କାଟିୟାର ସାମିଲ ହେବେ।