ଜାନୁଆରୀ ୧୬ ‘ନ୍ୟାସନାଲ ଷ୍ଟାର୍ଟ-ଅପ୍ ଡେ’ ଘୋଷିତ

ନୂଆଦିଲ୍ଲୀ: ଦେଶରେ ପ୍ରତ୍ୟେକ ବର୍ଷ ଜାନୁଆରୀ ୧୬ ତାରିଖକୁ ‘ନ୍ୟାସନାଲ ଷ୍ଟାର୍ଟ-ଅପ୍ ଡେ’ ରୂପେ ପାଳନ କରାଯିବ । ଆଜି ଷ୍ଟାର୍ଟ ଅପ୍ ଉଦ୍ୟୋଗୀଙ୍କ ସହ ଆଲୋଚନା ସମୟରେ ମୋଦୀ ଏହି ଘୋଷଣା କରିଛନ୍ତି । ଏହି ଅବସରରେ ମୋଦୀ କହିଛନ୍ତି ଯେ, ନିଜ ଷ୍ଟାର୍ଟ-ଅପ୍ ବଳରେ ଦୁନିଆରେ ଭାରତକୁ ପରିଚିତ କରାଇଥିବା ସମସ୍ତ ଯୁବ ଉେଦ୍ୟୋଗୀଙ୍କୁ ଅଭିନନ୍ଦନ । ଷ୍ଟାର୍ଟ-ଅପର ଏହି ପରମ୍ପରାକୁ ଦୂରଦୂରାନ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଜାନୁଆରୀ ୧୬କୁ ଷ୍ଟାର୍ଟ-ଅପ୍ ଦିବସ ରୂପେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ପିଲାଦିନୁ ହିଁ ଛାତ୍ରଙ୍କୁ ନୂଆ ନୂଆ ଜିନିଷ ପ୍ରତି ଆକର୍ଷଣ କରିବା ହେଉଛି ଆମର ଉଦ୍ଦେଶ୍ୟ । ୯ ହଜାରରୁ ଅଧିକ ଅଟଲ ଟିକରିଂ ଲ୍ୟାବ୍ସ ଆଜି ପିଲାଙ୍କୁ ସ୍କୁଲରେ ନୂଆ ବିଚାରଧାରା ସହ କାମ କରିବାକୁ ସୁଯୋଗ ପ୍ରଦାନ କରିଛି ।