ମୁଖ୍ୟମନ୍ତ୍ରୀ ଚନ୍ନୀ ଚମକୌର ସାହିବ ଓ ସିଦ୍ଧୁ ଅମୃତସରରୁ ଲଢ଼ିବେ

ପଞ୍ଜାବ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୮୬ ଆଶାୟୀ ପ୍ରାର୍ଥୀଙ୍କ ସୂଚି ଜାରି କରିଛି । ଏଥିରେ ମୁଖ୍ୟମନ୍ତ୍ରୀ ଚରନଜୀତ ସିଂହ ଚନ୍ନୀ, ପାର୍ଟି ପ୍ରଦେଶ ଅଧ୍ୟକ୍ଷ ନଭଜୋତ ସିଂହ ସିଦ୍ଧୁ ଓ ଉପମୁଖ୍ୟମନ୍ତ୍ରୀ ଔ ପୀ ସୋନୀ ସମେତ ଅନେକ ବରିଷ୍ଠ ନେତାଙ୍କ ନାମ ସାମିଲ ରହିଛି ।

ପାର୍ଟି ତରଫରୁ ଜାରି ହୋଇଥିବା ସୂଚୀ ଅନୁସାରେ, ମୁଖ୍ୟମନ୍ତ୍ରୀ ଚନ୍ନୀ ପୁଣିଥରେ ଚମକୌର ସାହିବରୁ ନିର୍ବାଚନ ଲଢ଼ିବେ । ସେହିପରି ସିଦ୍ଧୁ ପୂର୍ବ ଅମୃତସର ଓ ସୋନୀ ମଧ୍ୟ ଅମୃତସରରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ପଞ୍ଜାବର ସମସ୍ତ ୧୧୭ ବିଧାନସଭା ସିଟ ପାଇଁ ଫେବୃଆରୀ ୧୪ରେ ମତଦାନ ହେବ ।